Upload Your Problem Video

ଆତଙ୍କବାଦ ପାଣ୍ଠି ଯୋଗାଣ ମାମଲା: କଶ୍ମୀର ଓ ଦିଲ୍ଲୀର ୧୬ଟି ସ୍ଥାନରେ ତଲାସ କଲା ଏନ୍‌ଆଇଏ

By Kritika Vig, 31-05-2016, 2:03 PM

ଶ୍ରୀନଗର: ହାଓ୍ଵାଲା କାରବାରରେ ସମ୍ପୃକ୍ତ ରହି ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ କାର୍ଯ୍ୟ କଳାପକୁ ଅର୍ଥ ଯୋଗାଉଥିବା ଅଭିଯୋଗରେ ବୁଧବାର ଦିନ ଏନ୍‌ଆଇଏ କଶ୍ମୀର ଏବଂ ଦିଲ୍ଲୀର ୧୬ଟି ସ୍ଥାନରେ ତଲାସ ଆରମ୍ଭ କରିଛି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଶ୍ରୀନଗର ଏବଂ ଉତ୍ତର କଶ୍ମୀରର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀଙ୍କ ଉପରେ ଆଜି ସକାଳେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଚଢ଼ଉ କରି ସନ୍ଦିଗ୍ଧ ସ୍ଥଳମାନଙ୍କରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଣା ଦିଲ୍ଲୀଠାରେ ମଧ୍ୟ ପ୍ରାୟ ୫ଜଣ ବ୍ୟବସାୟୀଙ୍କ ଉପରେ ଏନ୍‌ଆଇଏ ଅଧିକାରୀମାନେ ଚଢ଼ଉ କରିଛନ୍ତି।


Create Account



Log In Your Account