Upload Your Problem Video

ପଣ୍ଡିତ ରଘୁନାଥ ମୁମୁଁ ମେଡିକାଲ କଲେଜକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

By Yugabda Correspondent, 01-06-2016, 8:46 AM

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ସହିତ ରାଜ୍ୟରେ ପଞ୍ଚମ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ମେଡିକାଲ କଲେଜକୁ ଉତ୍ସର୍ଗ କରି କହିଥିଲେ ଯେ, ବାରିପଦା ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ, ବାଲେଶ୍ୱର ସମେତ ପଡ଼ୋଶୀ ରାଜ୍ୟର ବହୁ ଅଞ୍ଚଳର ସ୍ୱାସ୍ଥ୍ୟସେବାରେ ବହୁତ ଉନ୍ନତି ହୋଇ ପାରିବ। ଏହି ମେଡିକାଲ କଲେଜ ଆରମ୍ଭ ହେବା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେଇଛି। ମେଡିକାଲ କଲେଜରେ ଭଲ ପାଠ ପଢା ଓ ଉଚ୍ଚ ମାନର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ କହିଲେ ଯେ, ଓଡ଼ିଶା ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତାର ନିଦର୍ଶନ ହେଉଛି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଶହୀଦ ଲକ୍ଷ୍ମର ନାୟକ ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ଆଗ୍ରହ ପାଇଁ ଦୁଇଟି ମେଡିକାଲ ପ୍ରତିଷ୍ଠା ସମ୍ଭବ ହୋଇ ପାରିଛି। ଏହି ଦୁଇ ସରକାରୀ ମେଡିକାଲ କଲେଜ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ସୂଚନାଯୋଗ୍ୟ ଯେ ଲୋକାର୍ପଣ ପରେ ଆଜିଠାରୁ ହିଁ ଆରମ୍ଭ ହେବ ପ୍ରଥମ ବର୍ଷର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସମସ୍ତ ଶହେ ସିଟ୍‌ ପାଇଁ ନାମଲେଖା ସରିଥିବା ବେଳେ ୩୩ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ନାମ ଲେଖାଇଛନ୍ତି ।


Create Account



Log In Your Account