ନୂଆଦିଲ୍ଲୀ: ବେଆଇନ୍ ଗୋସୁରକ୍ଷା ବନ୍ଦ (ଗୋସୁରକ୍ଷା ନାଁ’ରେ ଆଇନ୍କୁ ହାତକୁ ନେଉଥିବା ଲୋକେ) କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କହିଛନ୍ତି। ବେଆଇନ୍ ଗୋସୁରକ୍ଷା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାଓ୍ଵାରି ଜଣେ ଲେଖାଏଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଉଚ୍ଚତମ ନ୍ୟାୟାଳୟ ପ୍ରତି ରାଜ୍ୟକୁ କହିଛନ୍ତି। ବେଆଇନ୍ ଗୋସୁରକ୍ଷା ବନ୍ଦ କରିବାକୁ କି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କୁ ପଚାରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଆଇନକୁ ନିଜ ହାତକୁ ନେଉଥିବା କିଂବା ନିଜେ ଆଇନ୍ ଭଳି ଆଚରଣ କରୁଥିବା ଗୋସୁରକ୍ଷା ଦଳଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ଆବେଦନକାରୀମାନଙ୍କୁ ଏହି ମାମଲାକୁ ରାଜନୈତିକ ନ କରାଇ ଦେଇ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଇଦ୍ରେ ବହୁସଂଖ୍ୟକ ଗୋହତ୍ୟ କରାଯାଇଥିବା କଥାରେ ମଧ୍ୟ ସେମାନେ ପିଟିସନ୍ ଦେବା କଥା। ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇଥିବା ଇନ୍ଦିର ଜୟସିଂହ ଏବଂ କଲିନ୍ ଗନ୍ସାଲ୍ଭେସ୍ କହିଛନ୍ତି: ବେଆଇନ୍ ଗୋସୁରକ୍ଷାକୁ ସମର୍ଥନ କରୁନାହିଁ ବୋଲି କେନ୍ଦ୍ର ସରକାର କହିବା ସତ୍ତ୍ୱେ ଭାରତରେ ଏ ପରି ଘଟଣା ବଢ଼ି ଚାଲିଛି। ଏହାକୁ ଆଇନ ଶୃଙ୍ଖଳା ପରିସ୍ଥିତି ବୋଲି କହି କେନ୍ଦ୍ର ଦାୟିତ୍ୱ ଖସାଇ ଦେଲେ ଚଳିବ ନାହିଁ ବୋଲି ଜୟସିଂହ ଯୁକ୍ତି ବାଢ଼ିଥିଲେ। ସମ୍ବିଧାନର ଧାରା ୨୫୬ ଅନୁସାରେ ବେଆଇନ୍ ଗୋସୁରକ୍ଷା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ବାଧ୍ୟ କରିବା ଉଚିତ।
Cum sociis natoque penatibus et magnis dis parturient montes..
In enim justo, rhoncus ut, imperdiet a, venenatis vitae, justo..
Donec pede justo, fringilla vel, aliquet nec vulputate..
Lorem ipsum dolor sit amet, consectetur adipiscing elit..
Beatae vitae dicta sunt.explicabo ipsam..